Song » Tu Sindura Naiba Agaru •
Singer » Kumar Bapi •
Music » Mohendra Ojha •
Lyrics » Prabir Kumar •
Tu Sindura Naiba Agaru Lyrics In Odia
°•. First Line .•°
ତୁ ସିନ୍ଦୁର ନାଇବା ଆଗରୁ
ପ୍ରିୟା ମୋର…
ଅବିର ମୁଠାଏ ନିଜ ହାତେ ଆଣି
ମୋ ମୁହଁରେ ବୋଳି ଦବୁ
ମୋ ମୁହଁରେ ବୋଳି ଦବୁ
ତୁ ଅଳତା ନାଇବା ଆଗରୁ
ପ୍ରିୟା ମୋର…
ଆଞ୍ଜୁଳାଏ ଫୁଲ ନିଜ ହାତେ ଆଣି
ମୋ ଦେହରେ ବିଞ୍ଚି ଦବୁ
ମୋ ଦେହରେ ବିଞ୍ଚି ଦବୁ
ଯଦି ଜୀବନରେ…ହୋ…
ଯଦି ଜୀବନରେ
ମୋତେ ସତରେ ଭଲ ପାଇଥିବୁ
ଆଇନାରେ ମୁହଁ ଦେଖିବା ଆଗରୁ
ମୋତେ ଆସି ଦେଖିଯିବୁ
ମୋତେ ଆସି ଦେଖିଯିବୁ
°•. Second Line .•°
ମୁଁ ଥିଲି ଏକୁଟିଆ ମୋ ବାଟରେ
ତୁ କାଇଁ ବାନ୍ଧିଲୁ ମୋତେ ତୋ ପ୍ରେମରେ
ମୁଁ ଥିଲି ଏକୁଟିଆ ମୋ ବାଟରେ
ତୁ କାଇଁ ବାନ୍ଧିଲୁ ମୋତେ ତୋ ପ୍ରେମରେ
ଘର ଟିଏ ଗଢିଥିଲୁ ନିଜ ହାତରେ
ଆଜି ପୁଣି ଭାଙ୍ଗିଦେଲୁ କାହା କଥାରେ
ତୁ ଓଢଣା ଟାଣିବା ଆଗରୁ
ପ୍ରିୟା ମୋର…
ଧଳା ଲୁଗା ଖଣ୍ଡେ ନିଜ ହାତେ ଆଣି
ମୋ ଦେହରେ ଢାଙ୍କି ଦବୁ
ମୋ ଦେହରେ ଢାଙ୍କି ଦବୁ
°•. Third Line .•°
ସତହେଲା ତୋ ସପନ ମିଛ ହେଲା ପ୍ରେମ
ତୋ ଜୀବନ କାହାଣୀ ରୁ କାଟିଲୁ ମୋ ନାମ
ସତହେଲା ତୋ ସପନ ମିଛ ହେଲା ପ୍ରେମ
ତୋ ଜୀବନ କାହାଣୀ ରୁ କାଟିଲୁ ମୋ ନାମ
ହଜିଗଲା ସବୁ ଆଶା ଲିଭିଗଲା ଚିହ୍ନଁ
ନିଆଁ ନାହିଁ ପୋଡିଗଲା ମନ ମଧୁବନ
ତୁ ସବାରି ଚଢିବା ଆଗରୁ
ପ୍ରିୟା ମୋର…
କାଠ ଦି’ଖଣ୍ଡ ନିଜ ହାତେ ଆଣି
ମୋ ଜୁଇରେ ଫିଙ୍ଗି ଦବୁ
ମୋ ଜୁଇରେ ଫିଙ୍ଗି ଦବୁ
ତୁ ସିନ୍ଦୁର ନାଇବା ଆଗରୁ
ପ୍ରିୟା ମୋର…
ଆଞ୍ଜୁଳାଏ ଫୁଲ ନିଜ ହାତେ ଆଣି
ମୋ ଦେହରେ ବିଞ୍ଚି ଦବୁ
ମୋ ଦେହରେ ବିଞ୍ଚି ଦବୁ
ଯଦି ଜୀବନରେ…ହୋ…
ଯଦି ଜୀବନରେ
ମୋତେ ସତରେ ଭଲ ପାଇଥିବୁ
ଆଇନାରେ ମୁହଁ ଦେଖିବା ଆଗରୁ
ମୋତେ ଆସି ଦେଖିଯିବୁ
ମୋତେ ଆସି ଦେଖିଯିବୁ
ମୋତେ ଆସି ଦେଖିଯିବୁ
ମୋତେ ଆସି ଦେଖିଯିବୁ
ମୋତେ ଆସି ଦେଖିଯିବୁ
ମୋତେ ଆସି ଦେଖିଯିବୁ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏