Generic selectors
Exact matches only
Search in title
Search in content
Post Type Selectors

Tu Raja Ghara Jhia Mu Jhati Mati Pua

Song » Tu Raja Ghara Jhia Mu Jhati Mati Pua •
Singer » Humane Sagar •
Music » Kr. Pintu •
Lyrics » Dhananjaya Swain •

Tu Raja Ghara Jhia Mu Jhati Mati Pua Lyrics In Odia

°•. First Line .•°

ତୁ ରାଜା ଘର ଝିଅ ମୁଁ ଝାଟି ମାଟି ପୁଅ
ମୋ ପ୍ରେମ ଥିଲା ସତ ତୁ ଥିଲୁ ଅଭିନୟ
ତୁ ରାଜା ଘର ଝିଅ ମୁଁ ଝାଟି ମାଟି ପୁଅ
ମୋ ପ୍ରେମ ଥିଲା ସତ ତୁ ଥିଲୁ ଅଭିନୟ
ତୋ ରାଇଜ ମୋ ରାଇଜ ଏ ପାରି ସେ ପାରି
ତୁ ସରଗ ସୁନା ଫୁଲ ମୁଁ ନୁହେଁ ତୋ ସରି
ଗରିବ ବୋଲି ମୋ ପ୍ରେମ ପାଇଲା ଫାଶି
ଚାଲି ଯାଉଚି ତୋ ଦୁନିଆଁରୁ ଛାଡି ମୋ ଖୁସି
ଚାଲି ଯାଉଚି ତୋ ଦୁନିଆଁରୁ ଛାଡି ମୋ ଖୁସି

°•. Second Line .•°

କିଏ ଦବ ତୋ ହାତରେ ଆଣି
ତୁ ରୁଷିଲେ ଉଆଁସ ଜହ୍ନଁ
ମନେଇବ ତୋ ଅଭିମାନରେ
ମୋ ପରି ଧରି ସେ କାନ
ଥିଲୁ କଣ୍ଟା କୁହୁକ ମିଛ ଫୁଲ ମହକ
ଦେଲୁ ସ୍ୱପ୍ନ ହଜେଇ ଚିରି ନିଦ ପଲକ
ହାରିଲି ନିଜଠୁ ତୋତେ ନିଜର ଭାବି
ଚାଲି ଯାଉଚି ତୋ ଦୁନିଆଁରୁ ଛାଡି ମୋ ଖୁସି
ଚାଲି ଯାଉଚି ତୋ ଦୁନିଆଁରୁ ଛାଡି ମୋ ଖୁସି

°•. Third Line .•°

ବୁଝି ପାରିଲିନି ତୋ ମିଛ ଅଝଟ
ତୋ ଛଳନା ଦେଲା ଭଣ୍ଡେଇ
ତୋ ବାଟର ସୁଖ ବିଛଣା ବୋଲି
ମୋ ଖୁସିକୁ ଦେଲୁ କନ୍ଦେଇ
ଥିଲୁ ବିଷ ବରଷା ଧୋଇଦେଲୁ ଭରସା
ହେଇ ନିଆଁ ଝୁଲଟେ ଜାଳିଦେଲୁ ମୋ ଆଶା
ସରଳଟେ ବୋଲି ବୋଧେ ଗଲି ମୁଁ ଭାସି
ଚାଲି ଯାଉଚି ତୋ ଦୁନିଆଁରୁ ଛାଡି ମୋ ଖୁସି
ଚାଲି ଯାଉଚି ତୋ ଦୁନିଆଁରୁ ଛାଡି ମୋ ଖୁସି
ଚାଲି ଯାଉଚି ତୋ ଦୁନିଆଁରୁ ଛାଡି ମୋ ଖୁସି

°•. End .•°

Posted By – OdiaLyrics.Com™

Read »  To Bina Banchi Jibi Re

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment