Song » Tu Jaa Chali Jaa •
Singer » Aseema Panda •
Music » Sushil Dalai •
Lyrics » Subha Kumar Dash •
Tu Jaa Chali Jaa Lyrics In Odia
°•. First Line .•°
ଆଖି ତଳ ଓଦା ଆପେ ଆପେ ହୁଏ
ତୋ ଭାବନା ଯେବେ ଆସୁଚି
ମନ ତଳେ ମନ କୁହୁଳି ଜଳୁଚି
ସ୍ମୃତି ତୋର ଯେବେ ଫେରୁଚି
ଆଖି ତଳ ଓଦା ଆପେ ଆପେ ହୁଏ
ତୋ ଭାବନା ଯେବେ ଆସୁଚି
ମନ ତଳେ ମନ କୁହୁଳି ଜଳୁଚି
ସ୍ମୃତି ତୋର ଯେବେ ଫେରୁଚି
ତୁ ଯା ଚାଲି ଯା
ମୁଁ ତୋ ବିନା ବଞ୍ଚିବା ଶିଖୁଚି
ତୁ ଯା ଚାଲି ଯା
ମୁଁ ତୋ ବିନା ବଞ୍ଚିବା ଶିଖୁଚି
°•. Second Line .•°
ମୋ ସ୍ୱପ୍ନର ଘର ଭାଙ୍ଗିଦେଲୁ ହେଇ ସ୍ୱାର୍ଥପର
ସବୁ ଦେଲି ତୋତେ ବୁଝିଲୁନି ମୂଲ ମୋ ପ୍ରେମର
ସ୍ପନ୍ଦନର ଗତି ଥମି ଥମି ଯାଏ
ତୋ ଭାବନା ଯେବେ ଆସୁଚି
ଚଲାବାଟ ମୋର ଧୁଆଁ ଧୁଆଁ ଦିଶେ
ସ୍ମୃତି ତୋର ଯେବେ ଫେରୁଚି
ତୁ ଯା ଚାଲି ଯା
ମୁଁ ତୋ ବିନା ବଞ୍ଚିବା ଶିଖୁଚି
ତୁ ଯା ଚାଲି ଯା
ମୁଁ ତୋ ବିନା ବଞ୍ଚିବା ଶିଖୁଚି
°•. Third Line .•°
କଉ ଜନମରେ ଆଉ ନହେଉ ଭେଟ ତୋ ସାଥେ
ତୋତେ ପାଇବାର ରେଖା ନରହୁ ଏଇ ମୋ ହାତେ
ନିଶ୍ୱାସର ବେଗ ଧିମା ଧିମା ହୁଏ
ତୋ ଭାବନା ଯେବେ ଆସୁଚି
ମରି ମରି ଯାଏ ଜିଇଁବାର ଇଛା
ସ୍ମୃତି ତୋର ଯେବେ ଫେରୁଚି
ତୁ ଯା ଚାଲି ଯା
ମୁଁ ତୋ ବିନା ବଞ୍ଚିବା ଶିଖୁଚି
ତୁ ଯା ଚାଲି ଯା
ମୁଁ ତୋ ବିନା ବଞ୍ଚିବା ଶିଖୁଚି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏