Generic selectors
Exact matches only
Search in title
Search in content
Post Type Selectors

To Premika Heba Mo Dhik Female

Song » To Premika Heba Mo Dhik •
Singer » Aseema Panda •
Music » Pradeepta Rath •
Lyrics » Puspak Parida •

To Premika Heba Mo Dhik Lyrics In Odia

°•. First Line .•°

ସେତିକି ଥାଉ ଆଉ ତୁ ଖେଳାନା
ପ୍ରେମିକା ଟେ ମୁଁ ନୁହେଁ ରେ ଖେଳନା
ତୋ ମତ୍’ଲବି ପ୍ରେମିକ ପଣକୁ ଧିକ୍
ହାଏରେ ତୋ ଛଳନା ଗୁଣକୁ ଧିକ୍
ତୋ ବେଦରଦି ପଥର ମନକୁ ଧିକ୍
ହାଏରେ ତୋ ପ୍ରେମର ରାଣକୁ ଧିକ୍
ଏମିତି ଦେଲୁ ଧୋକା
ଜୀବନ ଲାଗେ ଫିକା
ଲୁହକୁ ପାରୁନି ରୋକି
ରେ ସାଥି ତୋ ପ୍ରେମିକା ହବା ମୋ ଧିକ୍
ତୋ ପାଇଁ ଏତେ ବଦଳି ଯିବା ମୋ ଧିକ୍
ରେ ସାଥି ତୋ ପ୍ରେମିକା ହବା ମୋ ଧିକ୍
ତୋ ପାଇଁ ଏତେ ବଦଳି ଯିବା ମୋ ଧିକ୍

°•. Second Line .•°

କାଇଁ ଦେଖେଇଲୁ ମିଛ ସ୍ୱପ୍ନ ମୋତେ
କାଇଁ ଶିଖେଇଲୁ ପ୍ରେମ
କାଇଁ ଦେଖେଇଲୁ ମିଛ ସ୍ୱପ୍ନ ମୋତେ
କାଇଁ ଶିଖେଇଲୁ ପ୍ରେମ
ଦୁନିଆ ଦାଣ୍ଡରେ ଠିଆ କରି ମୋତେ
କାଇଁ ଦେଲୁ ବଦ୍’ନାମ
କାଇଁ ଦେଲୁ ବଦ୍’ନାମ

ଜାଣିଥା ତୋତେ ଧର୍ମ ସହିବନି
ମୋ ସ୍ୱପ୍ନ ଭାଙ୍ଗି ଭଲ ତୁ କଲୁନି
ତୋ ପାଇଁ ଲୁଚି ସିନ୍ଦୁର ନାଇବା ଧିକ୍
ହାଏରେ ନିତି ଲୁହ ମୁଁ ପିଇବା ଧିକ୍
ତୋ ପ୍ରେମ ଭରସାରେ ମୁଁ ଜିଇଁବା ଧିକ୍
ହାଏରେ ତୋ ପାଇଁ ମୁଁ ଚେଇଁବା ଧିକ୍
ଛାତିରେ ଏତେ କୋହ
କାହିଁକି ଦେଲୁ କହ
ପାରୁନି ମୁଁ ଆଉ ରଖି
ରେ ସାଥି ତୋ ପ୍ରେମିକା ହବା ମୋ ଧିକ୍
ତୋ ପାଇଁ ଏତେ ବଦଳି ଯିବା ମୋ ଧିକ୍
ରେ ସାଥି ତୋ ପ୍ରେମିକା ହବା ମୋ ଧିକ୍
ତୋ ପାଇଁ ଏତେ ବଦଳି ଯିବା ମୋ ଧିକ୍

°•. Third Line .•°

ଭୁଲିବାର ଯଦି ଥିଲା ମୋତେ କହ
ଭଲ ପାଉଥିଲୁ କାଇଁ
ଭୁଲିବାର ଯଦି ଥିଲା ମୋତେ କହ
ଭଲ ପାଉଥିଲୁ କାଇଁ
ତୋ ପରି ଗୋଟେ ବେଦରଦି ବୋଧେ
ଦୁନିଆରେ କେହି ନାହିଁ
ଦୁନିଆରେ କେହି ନାହିଁ

ବିନା ଦୋଷରେ କଲୁ ମୋତେ ଦୋଷି
ପ୍ରେମ ବଦଳେ ଦେଇଗଲୁ ଫାଶି
ମୋ ମେହେନ୍ଦିରେ ତୋ ନାଆଁ ଲେଖିବା ଧିକ୍
ହାଏରେ ତୋତେ ସ୍ୱପ୍ନରେ ଦେଖିବା ଧିକ୍
ତୋ ନାଆଁ ଛାଡି ଧନ ମୋ ଡାକିବା ଧିକ୍
ହାଏରେ ତୋତେ ଛାତିରେ ରଖିବା ଧିକ୍
ସରିଲା ସବୁ କିଛି
କି ଲାଭ ଆଉ ବଞ୍ଚି
ମରିବାକୁ ଅଛି ବାକି
ରେ ସାଥି ତୋ ପ୍ରେମିକା ହବା ମୋ ଧିକ୍
ତୋ ପାଇଁ ଏତେ ବଦଳି ଯିବା ମୋ ଧିକ୍
ରେ ସାଥି ତୋ ପ୍ରେମିକା ହବା ମୋ ଧିକ୍
ତୋ ପାଇଁ ଏତେ ବଦଳି ଯିବା ମୋ ଧିକ୍

Read »  Tu Sindura Naiba Agaru

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment