Song » Thikana Hajeideli •
Singer » Debesh Pati •
Singer » Khusi Kiran •
Music » Manmad Mishra •
Lyrics » Dr Deepak Jena •
Thikana Hajeideli Lyrics In Odia
°•. First Line .•°
ପୁ – ଠିକଣା ହଜେଇ ଦେଲି
ସପନ ରାଇଜେ ବୁଲି
ଝି – ଠିକଣା ହଜେଇ ଦେଲି
ସପନ ରାଇଜେ ବୁଲି
ପୁ – ତୋତେ ଯେବେଠୁ ସପନେ ଦେଖିଦେଲି
ନିଜ ପାଖରେ ଅଚିହ୍ନାଁ ନିଜେ ହେଲି
ମନକୁ…ମନକୁ…ମନକୁ ହଜେଇ ଦେଲି
ଝି – ଠିକଣା ହଜେଇ ଦେଲି
ପୁ – ସପନ ରାଇଜେ ବୁଲି
°•. Second Line .•°
ପୁ – ବୋହୁ ରାଣୀ ଚେହେରାରେ
ମୋ ଘର ଚଉରା ମୂଳେ
ଜାଳିବୁ ତୁ ସାଥି ସଞ୍ଜେ ସଞ୍ଜବତୀ
ସବୁଦିନ ସଞ୍ଜ ବେଳେ
ଝି – ମୋ ନିଦର ଉଆସରେ
ବସେଇ ତୋତେ ଦେବିରେ
ବୁଣିବୁ ତୁ ଫୁଲ ରଙ୍ଗ ବିରଙ୍ଗରେ
ସାରା ରାତି ସପନରେ
ପୁ – ତୋତେ ଯେବେଠୁ ପାଖରେ ପାଇଗଲି
ମୁଁ ତୋ ପାଖରେ ବନ୍ଧା ପଡିଗଲି
ସେଦିନୁ…ସେଦିନୁ…ସେଦିନୁ ତୋହର ହେଲି
ଝି – ଠିକଣା ହଜେଇ ଦେଲି
ପୁ – ସପନ ରାଇଜେ ବୁଲି
°•. Third Line .•°
ଝି – ପଲକରେ ମୋତେ ତୋର
ବସେଇ ଦେ ଗୋଟେ ଥର
ଯୁଆଡେ ଚାହିଁବୁ ମୋତେ ତୁ ଦେଖିବୁ
ପାଖେ ପାଖେ ଥିବି ତୋର
ପୁ – ମନ ଥିଲା ଫିକା ଫିକା
ହେଲା ଯେବେ ତୋର ଦେଖା
ହୃଦୟ କାନ୍ଥରେ ପ୍ରେମ କରବି ରେ
ନୂଆଁ ଗପ ହେଲା ଲେଖା
ଝି – ଯେବେ ତୋ ନାଁ ରେ ମୋ ନାଁ ଯୋଡା ହେଲା
ସାରା ଦୁନିଆ ଲାଗିଲା ରଙ୍ଗ ଡାଲା
ଛାତିରେ…ସାଥିରେ…ତୋତେ ନେଇ ସାଇତି ଦେଲି
ପୁ – ଠିକଣା ହଜେଇ ଦେଲି
ଝି – ସପନ ରାଇଜେ ବୁଲି
ପୁ – ଠିକଣା ହଜେଇ ଦେଲି
ଝି – ସପନ ରାଇଜେ ବୁଲି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏