Generic selectors
Exact matches only
Search in title
Search in content
Post Type Selectors

Sedinu Mu Hunu Hunu

Song » Sedinu Mu Hunu Hunu •
Singer » Humane Sagar •
Singer » Ira Mohanty •
Music » Malaya Mishra •
Lyrics » Dr. Nirmal Nayak •

Sedinu Mu Hunu Hunu Lyrics In Odia

°•. First Line .•°

ପୁ – ଆଲୋ ମୋ ଫୁଲେଇ ରାଣୀ ଲୋ
ମାଇଲା ତୋ ଲମ୍ବା ବେଣୀ
ଝି – ଆରେ ମୋ ରସିକ ମଣି ରେ
ଭାରି ଦୁଷ୍ଟ ତୁ ହେଲୁଣି
ପୁ – ଆଲୋ ମୋ ଫୁଲେଇ ରାଣୀ ଲୋ
ମାଇଲା ତୋ ଲମ୍ବା ବେଣୀ
ଝି – ଆରେ ମୋ ରସିକ ମଣି ରେ
ଭାରି ଦୁଷ୍ଟ ତୁ ହେଲୁଣି
ପୁ – କେମିତି ମୋ ମନ କଥା ବୁଝି ପାରୁନୁ
ଜୁଲାଇ ମାସରେ ଝଡି ବରଷା
ପଡିଥିଲା ଇନ୍ଦ୍ରଧନୁ
ରଥ ଯାତରା ରେ ଦେଖା ହେଇଥିଲୁ
ସେଦିନୁ ମୁଁ ହୁନୁ ହୁନୁ
ଝି – ଅଗଷ୍ଟ ମାସରେ ଖୁଦୁରୁକୁଣି
ଫୁଲ ତୋଳୁଥିଲି ଜାନୁ
ଖଇ ଭୋଗ କିଣି ହାତେ ଧରେଇଲୁ
ସେଦିନୁ ମୁଁ ହୁନୁ ହୁନୁ

°•. Second Line .•°

ପୁ – ଅରୁଆ ଚାଉଳ ଚେହେରା ଟା ତୋର
ଲପ ଲପ ସରୁଆ ଅଣ୍ଟା
କଅଁଳ ପାଦ ତୋ ଆସ୍ତେ ପକେଇବୁ
ପଶିଯିବ ଧାରୁଆ କଣ୍ଟା
ଝି – ଜାଣିଚି ନାଗର ନସର ପସର
ମୋ ପାଇଁ ତୋ ମନଟା
ଘରକୁ ଆସିବୁ ପଖାଳ କରିଚି
ଭଜିଚି ପାତଲ ଘଁଟା
ପୁ – ଆଲୋ ମୋ କନକ ଗୋରୀ ଲୋ
ଆଖିରେ ମାଇଲୁ ଛୁରୀ
ଝି – ପକାନି ଆଉ ନଜର ରେ
ଲାଜରେ ଯାଏ ମୁଁ ଝରି
ପୁ – ସବୁ ବୁଝି କେମିତି ତୁ କିଛି ବୁଝୁନୁ
ଅକ୍ଟୋବର ମାସେ ଦଶରା ମେଢ
ଭିଡ ଜମିଥିଲା ସୋନୁ
ଝିଅଙ୍କ ମେଳରେ ଷ୍ଟାଇଲି ତୋ ଦେଖି
ସେଦିନୁ ମୁଁ ହୁନୁ ହୁନୁ
ଝି – ନଭେମ୍ବର ମାସେ ଥଣ୍ଡା ପବନ
ଡେଇଁ ଡେଇଁ ଗଲା ହନୁ
ଝରକା ବାଟେ ମୋ ଟେକା ମାରିଦେଲୁ
ସେଦିନୁ ମୁଁ ହୁନୁ ହୁନୁ

°•. Third Line .•°

ଝି – ଜୁନ୍ ମାସରେ ଭାରି ପାଣିଚିଆ ଖରା
ରଜ ଦୋଳି କଟର ମଟ
ଦୋଳି ଖେଳୁଥିଲି ତୋତେ ଦେଖିଦେଲି
ମନ ମୋ ଛଟର ପଟ
ପୁ – କଦଳୀ ପତର ନହ ନହଙ୍କା ଲୋ
ଲାଜକୁଳି ପତର ଛୋଟ
ଷଷ୍ଟ ବେଳୁ ତୋତେ ଭଲ ପାଉଚି ମୁଁ
ପଢୁଚି ଲୋ ପ୍ରେମର ପାଠ
ଝି – ପ୍ରେମ ତୋ ପଦୁଅଁ ତୋଳା ରେ
କଲାଣି ମୋତେ ବାଉରା
ପୁ – ତୁ ନବିନ ବୟସି ବାଳା ଲୋ
ଘାରିଲା ତୋ ପ୍ରେମ ଜ୍ୱାଳା
ଝି – ଜାଣିଚି ରେ ମୋ ବିନା ତୁ ରହି ପାରୁନୁ
ଫେବ୍ରୁଆରି ମାସେ ଭାଲେନ୍ଟାଇନ୍
ଗୋଲାପ ଦେଲୁ ତୁ ଜାନୁ
ସାଙ୍ଗ ଝିଅ ତୋତେ ଜିଜୁ ଡାକିଦେଲେ
ସେଦିନୁ ମୁଁ ହୁନୁ ହୁନୁ
ପୁ – ମାର୍ଚ୍ଚ ମାସରେ ହୋଲି ପରବ
ଭୁଲି ମୁଁ ପାରୁନି ମନୁ
ଗାଲରେ ଆସି ମୋ ରଙ୍ଗ ମାରିଦେଲୁ
ସେଦିନୁ ମୁଁ ହୁନୁ ହୁନୁ
ଝି – ଆରେ… ସେଦିନୁ ମୁଁ ହୁନୁ ହୁନୁ
ପୁ – ଆରେ… ସେଦିନୁ ମୁଁ ହୁନୁ ହୁନୁ
ଝି – ଆରେ… ସେଦିନୁ ମୁଁ ହୁନୁ ହୁନୁ
ପୁ – ହାଏ… ସେଦିନୁ ମୁଁ ହୁନୁ ହୁନୁ

Read »  Tu Mora Lagilu Tu Mora

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment