Song » Ratha Ja Gadija •
Singer » Sricharan Mohanty •
Music » Krushna Chandra •
Lyrics » Ramakanta Das •
Ratha Ja Gadija Lyrics In Odia
°•. First Line .•°
ବଜା ବଜା ମୃଦଙ୍ଗ ବଜା
ହସୁଚି ରେ କାଳିଆ ରଜା
ନନ୍ଦିଘୋଷ ହେଲାଣି ସଜା
ଆସୁଚି ରେ କାଳିଆ ରଜା
ଶୁଭୁଚି ଘଣ୍ଟ କାହାଳୀ
ହରିବଲ ହୁଳହୁଳି
ଶୁଭୁଚି ଘଣ୍ଟ କାହାଳୀ
ହରିବଲ ହୁଳହୁଳି
ଲାଗୁଚି ରେ ଆହା କି ମଜା
ଯା ରଥ ଯା ଗଡି ଯା
ବଜା ବଜା ମୃଦଙ୍ଗ ବଜା
ହସୁଚି ରେ କାଳିଆ ରଜା
ନନ୍ଦିଘୋଷ ହେଲାଣି ସଜା
ଆସୁଚି ରେ କାଳିଆ ରଜା
°•. Second Line .•°
ରଥ ଦଉଡି କୁ ଭିଡି ବଡଦାଣ୍ଡେ ଆଜି
କାଳିଆ ପ୍ରେମରେ ଥରେ ଯିବା ଟିକେ ମଜି
ରଥ ଦଉଡି କୁ ଭିଡି ବଡଦାଣ୍ଡେ ଆଜି
କାଳିଆ ପ୍ରେମରେ ଥରେ ଯିବା ଟିକେ ମଜି
ତାହିଆ ହଲେଇ ଆସେ
କର୍ପୂର ଚନ୍ଦନ ବାସେ
ତାହିଆ ହଲେଇ ଆସେ
କର୍ପୂର ଚନ୍ଦନ ବାସେ
ଗହଳି କଲେଣି ପରଜା
ଯା ରଥ ଯା ଗଡି ଯା
ବଜା ବଜା ମୃଦଙ୍ଗ ବଜା
ହସୁଚି ରେ କାଳିଆ ରଜା
ନନ୍ଦିଘୋଷ ହେଲାଣି ସଜା
ଆସୁଚି ରେ କାଳିଆ ରଜା
°•. Third Line .•°
ଭକତ ର ପ୍ରିୟ ପ୍ରଭୁ ଭାବର ଠାକୁର
ଭକତ ନିମନ୍ତେ ତୁମେ ହଇଚ ବାହାର
ଭକତ ର ପ୍ରିୟ ପ୍ରଭୁ ଭାବର ଠାକୁର
ଭକତ ନିମନ୍ତେ ତୁମେ ହଇଚ ବାହାର
ମାଉସୀ ବସିଚି ଚାହିଁ
ଆସିବ କଳା କହ୍ନେଁଇ
ମାଉସୀ ବସିଚି ଚାହିଁ
ଆସିବ କଳା କହ୍ନେଁଇ
ନନ୍ଦିଘୋଷ ବେଗି ବେଗି ଯା
ଯା ରଥ ଯା ଗଡି ଯା
ବଜା ବଜା ମୃଦଙ୍ଗ ବଜା
ହସୁଚି ରେ କାଳିଆ ରଜା
ନନ୍ଦିଘୋଷ ହେଲାଣି ସଜା
ଆସୁଚି ରେ କାଳିଆ ରଜା
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏