Generic selectors
Exact matches only
Search in title
Search in content
Post Type Selectors

Nelu Khusi Chhadei

Song » Nelu Khusi Chhadei •
Singer » S Jitu •
Music » Kr Pintu •
Lyrics » Dhananjay Swain •

Nelu Khusi Chhadei Lyrics In Odia

°•. First Line .•°

ପ୍ରେମ ଗୋଟେ ଏମିତିକା ମିଠା ଯାତନା
କିଏ ଯାଏ ହାରି କିଏ ଯାଏ ମରି
ଥାଏ ଖାଲି ପାଉଁଶ ନିଆଁ

ଭାବିଚୁ କି ଥରେ
କେମିତି ବଞ୍ଚିଚି ଲୋ ମୁଁ ତୁ ଗଲା ପରେ
ଆଖିର ଲୁହକୁ
ଲୁଚି ଲୁଚି ପିଉଚି ଲୋ ତୋ ସ୍ମୃତିରେ
ତୁ ଚାଲିବୁ ବୋଲି ବିଛେଇ ଥିଲି
ଫୁଲ ବିଛଣା
କଉଠି କହ ମୋ ପ୍ରେମରେ
ଥିଲା ଲୋ ଊଣା
ନେଲୁ ଆଖି ଫେରେଇ
ନେଲୁ ଖୁସି ଛଡେଇ ଲୋ କାଚ କଣ୍ଢେଇ
ଜାଳିଦେଲୁ ମୋ ସୁଖ ହେଇ ବିଷ ଚଢେଇ
ନେଲୁ ଖୁସି ଛଡେଇ ଲୋ କାଚ କଣ୍ଢେଇ
ଜାଳିଦେଲୁ ମୋ ସୁଖ ହେଇ ବିଷ ଚଢେଇ

°•. Second Line .•°

ସହି ନପାରି ତୋ ଅଳି
ତାରା ଫୁଲ ଆଣି ତୋଳି
ଛାଇଥିଲି ଲୋ ଗଭାରେ ତୋର
କଉ ରଜା ପୁଅ ପାଇ
ପାସରି ଦେଲୁ ମୋ ଛାଇ
କା ଛୁଆଁରେ ହେଲୁ ପଥର
ତୁ ଛଳନା ର ଅଲିଅଳି
ତୋ ପାଖେ ପ୍ରେମ ଗହଳି
ମୋ ସପନ ପାଏ ଲୋ ଫାଶି
ମୋ ଭରସା ସୁନା ଦୋଳି
ତୋ କପଟେ ଗଲା ଜଳି
ତୋ ଭାଗରେ ହଜାରେ ଖୁସି
ସାହାରା ଭାବି ସହିଲି ତୋର କଣ୍ଟା ଆଘାତ
ତୋ ମିଛ ଭରସା ଛାତିକୁ ମୋର କଲା ଆହତ
ଦେଲୁ ମୋତେ କନ୍ଦେଇ
ନେଲୁ ଖୁସି ଛଡେଇ ଲୋ କାଚ କଣ୍ଢେଇ
ଜାଳିଦେଲୁ ମୋ ସୁଖ ହେଇ ବିଷ ଚଢେଇ
ନେଲୁ ଖୁସି ଛଡେଇ ଲୋ କାଚ କଣ୍ଢେଇ
ଜାଳିଦେଲୁ ମୋ ସୁଖ ହେଇ ବିଷ ଚଢେଇ

°•. Third Line .•°

ମୋ ପରି ଭଲ ପାଇବା
କାହାଠୁ ପାଇଲୁ କହ
ବଦଳି ଗଲା ତୋ ହୃଦୟ
ପ୍ରେମ ପଞ୍ଜୁରି ମୋ ଭୁଲି
ସପନ କୁ ଦେଲୁ ଶୁଳି
କେମିତି ହେଲୁ ଏଡେ ନିର୍ଦୟ
ମୋ ଛାଇର ହାତ ଧରି
ରାଣ ଖାଇଥିଲୁ ଦିନେ
ଚାଲିବୁ ବୋଲି ମୋ ଠିକଣା
କେମିତି ସହିଲା ଛାତି
ହେଇ ମିଛ ପ୍ରତିସୃତି
ଦେଲୁ ଲୋ ମୋତେ ଲୁହ ପାଉଣା
ନିଶ୍ୱାସ ଠାରୁ ବିଶ୍ୱାସ କଲି ପେଇଲୁ ବିଷ
ତୋ ଅହଙ୍କାର ଲିଭେଇ ଦେଲା ଓଠରୁ ହସ
ହେଲୁ କଣ୍ଟା କୋକେଇ
ନେଲୁ ଖୁସି ଛଡେଇ ଲୋ କାଚ କଣ୍ଢେଇ
ଜାଳିଦେଲୁ ମୋ ସୁଖ ହେଇ ବିଷ ଚଢେଇ
ନେଲୁ ଖୁସି ଛଡେଇ ଲୋ କାଚ କଣ୍ଢେଇ
ଜାଳିଦେଲୁ ମୋ ସୁଖ ହେଇ ବିଷ ଚଢେଇ

Read »  Jhuru Thibu Mate Tu Jhuru Thibu Female

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment