Song » Mu Aaji Tharu Heigali Tora •
Singer » Humane Sagar •
Singer » Sital Kabi •
Music » Subrat Nayak •
Lyrics » Jaganath Choudhury •
Mu Aaji Tharu Heigali Tora Lyrics In Odia
°•. First Line .•°
ପୁ – ମୁଁ ଆଜିଠାରୁ ହେଇଗଲି ତୋର
ଖାଲି ତୋ ଉପରେ ମୋ ଅଧିକାର
ମୁଁ ଆଜିଠାରୁ ହେଇଗଲି ତୋର
ଖାଲି ତୋ ଉପରେ ମୋ ଅଧିକାର
ଖୁଦା କୁ ପୂଜି ମୁଁ ତୋତେ ଆଣିଚି ଆଜି
ଶହେ ଜନ୍ମ ଛାତିତଳେ ତୋତେ ଦେବି ସାଇତି
ଛାଡିବିନି ହାତ ତୋର କଥା ଦଉଚି
କେତେ ଦିନ ଗଲାପରେ ଏ ଦିନ ଆସିଚି
ଯେ ଦିନକୁ ପାଇବାକୁ କେବେଠୁ ଚାହିଁଚି
ଝି – ମୁଁ ଆଜିଠାରୁ ହେଇଗଲି ତୋର
ଖାଲି ମୋ ଉପରେ ତୋ ଅଧିକାର
ମୁଁ ଆଜିଠାରୁ ହେଇଗଲି ତୋର
ଖାଲି ମୋ ଉପରେ ତୋ ଅଧିକାର
ପାଇଚି ଜୀବନେ ଏକ ଏମିତି ସାଥି
ଭୁଲିଯାଏ ସବୁକିଛି ତୋତେ ପାଖରେ ଦେଖି
କରିବିନି କେବେ ପର ମୁଁ ରାଣ ଖାଉଚି
କେତେ ଦିନ ଗଲାପରେ ଏ ଦିନ ଆସିଚି
ଯେ ଦିନକୁ ପାଇବାକୁ କେବେଠୁ ଚାହିଁଚି
°•. Second Line .•°
ପୁ – ରଶଣି ମୁଁ ସାଥେ ନେଇ ଆସିଚି ତୋ ପାଖକୁ
ବୋହୁ ରାଣୀ କରିନେବି ତୋତେ ଲୋ ମୋ ଘରକୁ
ଝି – ସାହାନାଇ ବାଜେ ଆଜି ଅଗଣା ଆଗେ ମୋର
ତୋ ସିନ୍ଦୁର ସଙ୍ଖା ପିନ୍ଧି ଦିଶୁଚି ମୁଁ ସୁନ୍ଦର
ପୁ – ହୃଦୟ ମନ୍ଦିରେ ତୁ ମୋ ଦେବୀ ଟିଏ
ସକାଳରୁ ସଞ୍ଜ ଯାଏ ମୁଁ ତୋତେ ହିଁ ଚାହେଁ
ଓଡିଆଣୀ ବୋହୁଟିଏ ଖୋଜି ପାଇଚି
ଝି – କେତେ ଦିନ ଗଲାପରେ ଏ ଦିନ ଆସିଚି
ଯେ ଦିନକୁ ପାଇବାକୁ କେବେଠୁ ଚାହିଁଚି
ପୁ – କେତେ ଦିନ ଗଲାପରେ ଏ ଦିନ ଆସିଚି
ଯେ ଦିନକୁ ପାଇବାକୁ କେବେଠୁ ଚାହିଁଚି
°•. Third Line .•°
ଝି – କେତେ ଜନ୍ମ ପୁଣ୍ୟ କରି ପାଇଚି ମୁଁ ତୋତେ
ଆଉ କିଛି ଲୋଡା ନାହିଁ ତୁ ଥିଲେ ମୋ ସାଥେ
ପୁ – ଆକାଶର ଚାନ୍ଦ ଆଜି ପଡିଚି ହାତେ ଖସି
ସବୁକିଛି ପାଇଯାଏ ତୁ ଟିକେ ଦେଲେ ହସି
ଝି – ପାଦ ମୋ ଲାଗୁନି ଆଉ ମାଟିରେ ଆଜି
ସାତ ଜନ୍ମ ପାଇଁ ତୋତେ ଜିତିଲି ବାଜି
ଦୁନିଆର ସବୁ ଖୁସି ହାତେ ପାଇଚି
କେତେ ଦିନ ଗଲାପରେ ଏ ଦିନ ଆସିଚି
ଯେ ଦିନକୁ ପାଇବାକୁ କେବେଠୁ ଚାହିଁଚି
ପୁ – କେତେ ଦିନ ଗଲାପରେ ଏ ଦିନ ଆସିଚି
ଯେ ଦିନକୁ ପାଇବାକୁ କେବେଠୁ ଚାହିଁଚି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏