Song » Mo Biswasa Bhangilu Sete Thara •
Singer » Humane Sagar •
Music » Baidyanath Dash •
Lyrics » Arun Mantri •
Mo Biswasa Bhangilu Sete Thara Lyrics In Odia
°•. First Line .•°
ତୁ ଯେମିତି ଗଲୁ ମୁହଁ ମୋଡି ମୋତେ
ସେମିତି ଯାଏ କି କେହି
ତୁ ଯେମିତି ହେଲୁ ସ୍ୱାର୍ଥପର ଏତେ
ସେମିତି ହୁଏ କି କେହି
ଜୀବନ ନବାକୁ ଜୀବନରେ ମୋର
ଜୀବନ ନବାକୁ ଜୀବନରେ ମୋର
ଆସିବୁ ତୁ ଆଉ କେତେଥର
ତୋତେ ବିଶ୍ୱାସ କଲି ମୁଁ ଯେତେଥର
ମୋ ହୃଦୟ ଭାଙ୍ଗିଲୁ ସେତେଥର
ତୋତେ ହୃଦୟ ଦେଲି ମୁଁ ଯେତେଥର
ମୋ ବିଶ୍ୱାସ ଭାଙ୍ଗିଲୁ ସେତେଥର
°•. Second Line .•°
ଭୁଲ୍ ନଥାଇବି ଭୁଲ୍ ମାଗୁଥିଲି
ଭଲ ପାଉଥିଲି ବୋଲି
ଭୁଲିଗଲୁ ମୋତେ ଭୁଲିଯିବା ପାଇଁ
ଭାବି ସାରିଥିଲୁ ବୋଲି
ଭୁଲ୍ ନଥାଇବି ଭୁଲ୍ ମାଗୁଥିଲି
ଭଲ ପାଉଥିଲି ବୋଲି
ଭୁଲିଗଲୁ ମୋତେ ଭୁଲିଯିବା ପାଇଁ
ଭାବି ସାରିଥିଲୁ ବୋଲି
ଭାବିବାଠୁ ବେଶି ଦେଇଗଲୁ ମୋତେ
ଭାବିବାଠୁ ବେଶି ଦେଇଗଲୁ ମୋତେ
ଏ ଆଖିରେ ଲୁହ ଉପହାର
ତୋତେ ବିଶ୍ୱାସ କଲି ମୁଁ ଯେତେଥର
ମୋ ହୃଦୟ ଭାଙ୍ଗିଲୁ ସେତେଥର
ତୋତେ ହୃଦୟ ଦେଲି ମୁଁ ଯେତେଥର
ମୋ ବିଶ୍ୱାସ ଭାଙ୍ଗିଲୁ ସେତେଥର
°•. Third Line .•°
କଣ୍ ନେଲେ କହ ମୋ ଜୀବନରୁ
ଯିବୁ ସବୁଦିନ ପାଇଁ
ବାରମ୍ବାର ଆଉ ତୋ ପ୍ରେମରେ ପଡି
ମୋର ମରିବାର ନାହିଁ
କଣ୍ ନେଲେ କହ ମୋ ଜୀବନରୁ
ଯିବୁ ସବୁଦିନ ପାଇଁ
ବାରମ୍ବାର ଆଉ ତୋ ପ୍ରେମରେ ପଡି
ମୋର ମରିବାର ନାହିଁ
ମାରିବାକୁ ଯଦି ଚାହୁଁଚୁ ମାରିଦେ
ମାରିବାକୁ ଯଦି ଚାହୁଁଚୁ ମାରିଦେ
ମୋ ଜୀବନେ ଆସି ଶେଷଥର
ତୋତେ ବିଶ୍ୱାସ କଲି ମୁଁ ଯେତେଥର
ମୋ ହୃଦୟ ଭାଙ୍ଗିଲୁ ସେତେଥର
ତୋତେ ହୃଦୟ ଦେଲି ମୁଁ ଯେତେଥର
ମୋ ବିଶ୍ୱାସ ଭାଙ୍ଗିଲୁ ସେତେଥର
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏