Generic selectors
Exact matches only
Search in title
Search in content
Post Type Selectors

Maa To Bina

Song » Maa To Bina •
Singer » Humane Sagar •
Music » Matruprasad Rath •
Lyrics » Gurudatta Behera •

Maa To Bina Lyrics In Odia

°•. First Line .•°

ଗପ କହି କହି ଲକ୍ଷେ ଜହ୍ନଁକୁ ଆଣି
ମୋ ହାତେ ଧରେଇ ଦଉ
କାହାର ନଜର ଲାଗିବା ଆଗରୁ
ତୁ ମୋତେ ଘୋଡେଇ ଦଉ
କଳା କାହ୍ନୁଁ ମୁଁ ତୋର
ତୁ ଯଶୋଦା ପରି ମାଁ ମୋର
ତୋ ଗର୍ଭରୁ କାଢି ମୋତେ
ଆଣି ଦେଖେଇଲୁ ରେ ସଂସାର
ତୋ ହାତ ମୋ ମଥାରେ ରହିଥିଲେ
ପାଦ ଧୁଳି ତୋର ନଉଥିଲେ
ମୁଁ କିଛି ଖୋଜିବିନି
ମାଁ ତୋ ବିନା ମୁଁ ରହି ପାରିବିନି
ମାଁ ତୋ ବିନା ମୁଁ ରହି ପାରିବିନି

°•. Second Line .•°

ସିଂହାସନରେ ବସିବାକୁ କରେ ଯେ ଲୋଭ
ସିଏ ମାଁ କୋଳ ରେ ବସିବାରେ ଜାଣିନି ଲାଭ
ନମିଳୁ ପଛେ ମୋ ଭାଗ୍ୟରେ ଟିକିଏ ଶୁଭ
ମୋ ପାଖରେ ଥିଲେ ମାଁ ଲୋ ମୋର ହଜାରେ ଲାଭ
ତୋ ପଣତେ ଅଛି ମୋର ବୋଧେ ଝୁଲଣାର ନିଦ ଘର
ସେ ପଣତେ ଶୋଇଗଲେ ଦୁଃଖ ଲାଗେ ସୁଖ ପରି ମୋର
କଥା ସବୁ ତୋର ମିଠା ମିଠା
ମିଠା ମିଠା ପୁଣି ଏତେ ମିଠା
ମୁଁ କହି ପାରିବିନି
ମାଁ ତୋ ବିନା ମୁଁ ରହି ପାରିବିନି
ମାଁ ତୋ ବିନା ମୁଁ ରହି ପାରିବିନି

°•. Third Line .•°

ତୋ ଆଖି ତାରା ଆଜି ତୋତେ ଝୁରୁଚି ପରା
ମାଁ ଆଲୋ ଫେରି ତୋ ହାତ ଧରି ଚାଲିବି ପରା
ଖରା ବାଜିଲେ ଦଉଥିଲୁ ମୋତେ ତୁ ଛାଇ
ମୋତେ ମଣିଷ କରି ଗଲୁ ତୁ ଫେରି କହ ଲୋ କାଇଁ
ଶୁଣିଥିଲି ଗଛ ଥିଲେ ଡାଳ ଆପେ ହବ କଅଁଳିଆ
ଏ ପୃଥିବୀ ଚାହେଁନାହିଁ ମୋତେ ଲୋଡା ଖାଲି ମୋ ମାଁ
ପାଉଁଶ ତଳୁ ଉଠି ଆ ରେ ତୁ
ଧନ ଧନ ମୋତେ କହରେ ତୁ
ମୁଁ ଜମା କାନ୍ଦିବିନି
ମାଁ ତୋ ବିନା ମୁଁ ରହି ପାରିବିନି
ମାଁ ତୋ ବିନା ମୁଁ ରହି ପାରିବିନି
ମାଁ… ମାଁ… ମୋ ମାଁ…

°•. End .•°

Posted By – OdiaLyrics.Com™

Read »  Premika Jati Ku Bharasa Nahi

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment