Song » Kemiti Bhulibi Se Abhula Dina •
Singer » Amrita Nayak •
Music » Manas Kumar •
Lyrics » Sunil Maharana •
Kemiti Bhulibi Se Abhula Dina Lyrics In Odia
°•. First Line .•°
କେମିତି ଭୁଲିବି ସେ ଅଭୁଲା ଦିନ
ମୋ ପ୍ରେମରେ ପାଗଳ ଦିନେ ଥିଲା ତୋ ମନ
ତୋତେ ନେଇ କେତେ ଆଶା ରଖିଥିଲି ମୁଁ
ତୁ କାହିଁକି ଦେଖେଇ ଦେଲୁ ମିଛ ସପନ
କେମିତି ଭୁଲିବି ସେ ଅଭୁଲା ଦିନ
ମୋ ପ୍ରେମରେ ପାଗଳ ଦିନେ ଥିଲା ତୋ ମନ
ତୋତେ ନେଇ କେତେ ଆଶା ରଖିଥିଲି ମୁଁ
ତୁ କାହିଁକି ଦେଖେଇ ଦେଲୁ ମିଛ ସପନ
ମୋ ଭଲ ପାଇବାର ମୂଲ ଭଲ ତୁ ଦେଲୁ
ତୁ ଆଉ କାହା ପ୍ରେମ ପାଇଁ ମୋତେ ଭୁଲିଲୁ
ମୁଁ କାହା ବାଟ ଚାହିଁ ଆଉ କାଟିବି ଦିନ
ତୁ ସାଥିଟେ ହେଇ ମୋର ଭାଙ୍ଗିଲୁ ମନ
ତୋ ମନରେ ଥିଲା ଯଦି ଆଉ କା ପ୍ରେମ
ତୁ କାହିଁକି ଜାଳିଲୁ କହ ମୋ ଜୀବନ
ତୋ ହୃଦୟକୁ ମୋ ପୃଥିବୀ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନ
°•. Second Line .•°
ତୋ ଭରସାରେ ଦୁନିଆକୁ ଭୁଲି ମୁଁ ଗଲି
ତୁ ଏଡେ ବେଇମାନି ଥିଲୁ ଜାଣି ନଥିଲି
ତୋ ହାତରେ ହୃଦୟ ମୋର କାହିଁକି ଦେଲି
ତୋ ସ୍ୱାର୍ଥ ସରିଗଲା ବୋଲି ଗଲୁ ତୁ ଚାଲି
ତୋ ଭରସାରେ ଦୁନିଆକୁ ଭୁଲି ମୁଁ ଗଲି
ତୁ ଏଡେ ବେଇମାନି ଥିଲୁ ଜାଣି ନଥିଲି
ତୋ ହାତରେ ହୃଦୟ ମୋର କାହିଁକି ଦେଲି
ତୋ ସ୍ୱାର୍ଥ ସରିଗଲା ବୋଲି ଗଲୁ ତୁ ଚାଲି
ତୁ ଥରୁଟିଏ ବୁଝିଲୁନି ମନକୁ ମୋର
ତୁ କେମିତି ରେ ହେଇଗଲୁ ଏତେ ନିଷ୍ଠୁର
ମୋ ଭଲ ପାଇବାରେ ଦେଲୁ କଳଙ୍କ ଚିହ୍ନଁ
ତୁ ଭୁଲିଗଲୁ ପଛକଥା ପୁରୁଣା ଦିନ
ତୋ ମନରେ ଥିଲା ଯଦି ଆଉ କା ପ୍ରେମ
ତୁ କାହିଁକି ଜାଳିଲୁ କହ ମୋ ଜୀବନ
ତୋ ହୃଦୟକୁ ମୋ ପୃଥିବୀ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନ
°•. Third Line .•°
ମୋ ମନ ମନ୍ଦିରରେ ତୋତେ ରଖିଥିଲି ମୁଁ
ମୋ ବିଶ୍ୱାସକୁ ଭାଙ୍ଗିଦେଇ ଚାଲିଗଲୁ ତୁ
ମୋ ପ୍ରେମକୁ ଖେଳନା ଭାବି ଦେଲୁ ତୁ ଖେଳି
ତୋ ଛଳନା ନିଆଁରେ ଆଜି ମରୁଚି ଜଳି
ମୋ ମନ ମନ୍ଦିରରେ ତୋତେ ରଖିଥିଲି ମୁଁ
ମୋ ବିଶ୍ୱାସକୁ ଭାଙ୍ଗିଦେଇ ଚାଲିଗଲୁ ତୁ
ମୋ ପ୍ରେମକୁ ଖେଳନା ଭାବି ଦେଲୁ ତୁ ଖେଳି
ତୋ ଛଳନା ନିଆଁରେ ଆଜି ମରୁଚି ଜଳି
ମୋ ସରଳ ହୃଦୟେ ତୋତେ ଜାଗାଟେ ଦେଲି
ତୁ ସ୍ୱାର୍ଥପର ଟିଏ ବୋଲି ଭାବି ନଥିଲି
ମୋ ଜୀବନେ ତୁ ଆଣିଦେଲୁ ଏମିତି ଦିନ
ମୋ ହସ ଲୁହ ସବୁ ଆଜି ଲାଗେ ସମାନ
ତୋ ମନରେ ଥିଲା ଯଦି ଆଉ କା ପ୍ରେମ
ତୁ କାହିଁକି ଜାଳିଲୁ କହ ମୋ ଜୀବନ
ତୋ ହୃଦୟକୁ ମୋ ପୃଥିବୀ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏