Generic selectors
Exact matches only
Search in title
Search in content
Post Type Selectors

Kala Gosein

Song » Kala Gosein •
Singer » Chinmay Mishra •
Music » Sapan Kumar Panda •
Lyrics » Sapan Kumar Panda •

Kala Gosein Lyrics In Odia

°•. First Line .•°

ପୋଡ ପିଠା ସବୁ ଖାଇବୁନି ପ୍ରଭୁ
ମାଉସୀ ଘରକୁ ଯାଇ
ଫେରିଲା ବେଳକୁ ଆଣିବୁ ଟିକିଏ
ଗରିବ ଭକତ ପାଇଁ
ଶ୍ରୀ ମନ୍ଦିରେ ତୋର ଚାହିଁ ବସିଥିବି
ଶ୍ରୀ ମନ୍ଦିରେ ତୋର ଚାହିଁ ବସିଥିବି
ସିଂହ ଦ୍ୱାର ଠାରେ ମୁହିଁ
କଳା ଗୋସେଇଁ କଳା ଗୋସେଇଁ
କଳା ଗୋସେଇଁ କଳା ଗୋସେଇଁ

°•. Second Line .•°

ସ୍ନାନ ମଣ୍ଡପରେ ଗାଧୋଇ ଗାଧୋଇ
ଜ୍ୱର ରେ ପଡିଲ ଭଉଣୀ ଭାଇ
ଅଣସର ଘରେ ଚିକିତ୍ସା ହୋଇଲ
ମାଉସୀ ମାଁ କୁ ମନେ ପକାଇଲ
ସ୍ନାନ ମଣ୍ଡପରେ ଗାଧୋଇ ଗାଧୋଇ
ଜ୍ୱର ରେ ପଡିଲ ଭଉଣୀ ଭାଇ
ଅଣସର ଘରେ ଚିକିତ୍ସା ହୋଇଲ
ମାଉସୀ ମାଁ କୁ ମନେ ପକାଇଲ
ହସୁଚି ଆକାଶ ହସୁଅଛି ଧରା
ଟିକିଏ ଛାଇକୁ ଟିକିଏ ତ ଖରା
ତୋ ରଥ ଯାତରା ପାଇଁ
ତୋ ରଥ ଯାତରା ପାଇଁ
କଳା ଗୋସେଇଁ କଳା ଗୋସେଇଁ
କଳା ଗୋସେଇଁ କଳା ଗୋସେଇଁ

°•. Third Line .•°

ଶ୍ରୀ ମନ୍ଦିର ଆଜି ଲାଗୁଚି ଶ୍ରୀ ହୀନ
ବାସୁନାହିଁ ଆଉ ଅଗୁର ଚନ୍ଦନ
ଶୁଭୁନାହିଁ ଆଉ ଘଣ୍ଟା କି କର୍ତାଳ
ଲାଗୁନାହିଁ ଆଉ ଗହଳ ଚହଳ
ଶ୍ରୀ ମନ୍ଦିର ଆଜି ଲାଗୁଚି ଶ୍ରୀ ହୀନ
ବାସୁନାହିଁ ଆଉ ଅଗୁର ଚନ୍ଦନ
ଶୁଭୁନାହିଁ ଆଉ ଘଣ୍ଟା କି କର୍ତାଳ
ଲାଗୁନାହିଁ ଆଉ ଗହଳ ଚହଳ
ଡାକୁଅଛି ପଣ୍ଡା ଡାକେ ପଢିଆରି
ଫେରିଆସ ପ୍ରଭୁ ଏତିକି ଗୁହାରି
ମାଁ ସାଆନ୍ତାଣୀ ପାଇଁ
ମାଁ ସାଆନ୍ତାଣୀ ପାଇଁ
କଳା ଗୋସେଇଁ କଳା ଗୋସେଇଁ
କଳା ଗୋସେଇଁ କଳା ଗୋସେଇଁ
ପୋଡ ପିଠା ସବୁ ଖାଇବୁନି ପ୍ରଭୁ
ମାଉସୀ ଘରକୁ ଯାଇ
ଫେରିଲା ବେଳକୁ ଆଣିବୁ ଟିକିଏ
ଗରିବ ଭକତ ପାଇଁ
ଶ୍ରୀ ମନ୍ଦିରେ ତୋର ଚାହିଁ ବସିଥିବି
ଶ୍ରୀ ମନ୍ଦିରେ ତୋର ଚାହିଁ ବସିଥିବି
ସିଂହ ଦ୍ୱାର ଠାରେ ମୁହିଁ
କଳା ଗୋସେଇଁ କଳା ଗୋସେଇଁ
କଳା ଗୋସେଇଁ କଳା ଗୋସେଇଁ
କଳା ଗୋସେଇଁ କଳା ଗୋସେଇଁ

°•. End .•°

Posted By – OdiaLyrics.Com™

Read »  Tate Mu Smarana Kari

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment