Song » Haye Tora Prema Mate •
Singer » Humane Sagar •
Singer » Aseema Panda •
Music » Sambit Kumar Mohanty •
Lyrics » Anil Kumar Rana •
Lyrics» Sambit Kumar Mohanty •
Haye Tora Prema Mate Lyrics In Odia
°•. First Line .•°
ପୁ – ମୁଁ ଚାଲିଲେ ବାଟ ଖୋଜେ ତୋରି ପାଦ
ଏ ପ୍ରେମ ଗଳିରେ
ଝି – ମୋ ପାପୁଲି ରେ କହେ ତୋ ନାଁ ଲେଖା
ଏଇ ମୋ ଭାଗ୍ୟରେ
ପୁ – ମନ ଆକାଶଟା ସାରା
ଲାଗେ ପ୍ରେମ ସବୁ ପରା
ମନ ଆକାଶଟା ସାରା
ଲାଗେ ପ୍ରେମ ସବୁ ପରା
ମୋ ହୃଦୟେ ଆସି ଘର କରିଲୁ ତୁ ରେ
ହାଏ ତୋର ପ୍ରେମ ମୋତେ ସାରିଦେଲା ରେ
ବିନା ଫଗୁଣରେ ଫଗୁ ଲାଗିଗଲା ରେ
ଝି – ହାଏ ତୋର ପ୍ରେମ ମୋତେ ସାରିଦେଲା ରେ
ବିନା ଫଗୁଣରେ ଫଗୁ ଲାଗିଗଲା ରେ
°•. Second Line .•°
ପୁ – ମୋ ହୃଦୟ ତୋ ହୃଦୟ
ଯେବେ ହୁଏ ପାଖା ପାଖି
ଅସ୍ଥିରତା ବଢିଯାଏ ମୋ
ହାଏ ତୋତେ ଦେଖି ଦେଖି
ଝି – ନିରବେ ଆସି ତୁ ରେ
ଯେବେ ବସୁ ମୋ ପାଖରେ
ଭାବେ ତୋତେ ରେ ଆଜି କହିବି
କେତେ ଭଲ ମୁଁ ପାଏରେ
ପୁ – ମୋ ଜୀବନେ ତୁ ରେ
ଖୁସି ବୁଣିଦେଲା ପରେ
ମୋ ଜୀବନେ ତୁ ରେ
ଖୁସି ବୁଣିଦେଲା ପରେ
ପ୍ରେମର କସ୍ତୁରୀ ଆଜି ମହକୁଚି ରେ
ହାଏ ତୋର ପ୍ରେମ ମୋତେ ସାରିଦେଲା ରେ
ବିନା ଫଗୁଣରେ ଫଗୁ ଲାଗିଗଲା ରେ
ଝି – ହାଏ ତୋର ପ୍ରେମ ମୋତେ ସାରିଦେଲା ରେ
ବିନା ଫଗୁଣରେ ଫଗୁ ଲାଗିଗଲା ରେ
°•. Third Line .•°
ଝି – ଯେବେ ଆଇନା ଆଗେ ବସେ ମୁଁ
ଦେଖେ ପ୍ରତିଛବି ତୋର
ଭାବନାରେ ଆସୁ ତୁ ରେ
ମନ ହୁଏ ମୋ ଅସ୍ଥିର
ପୁ – ତୋ ପାଉଁଜୀ ସ୍ୱର ଶୁଭିଲେ
ମୋର ନିଦ ଭାଙ୍ଗିଯାଏ
ଏ ଶୀତୁଆ ସକାଳରେ
ମନ ତୋତେ ଖାଲି ଚାହେଁ
ଝି – ଲାଜ ଝରକାର ଫାଙ୍କେ
ଯେବେ ତୋତେ ମୁଁ ରେ ଦେଖେ
ଲାଜ ଝରକାର ଫାଙ୍କେ
ଯେବେ ତୋତେ ମୁଁ ରେ ଦେଖେ
ରହିଲୁ ତୁ ମୋ ଆଖିର ପଲକରେ
ହାଏ ହାଏ ହାଏ ତୋର ପ୍ରେମ ମୋତେ ସାରିଦେଲା ରେ
ବିନା ଫଗୁଣରେ ଫଗୁ ଲାଗିଗଲା ରେ
ପୁ – ହାଏ ତୋର ପ୍ରେମ ମୋତେ ସାରିଦେଲା ରେ
ବିନା ଫଗୁଣରେ ଫଗୁ ଲାଗିଗଲା ରେ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏