Song » Durge Durgati Nashini •
Singer » Dilip •
Singer » Umesh •
Music » Sapan Kumar Panda •
Lyrics » Sapan Kumar Panda •
Durge Durgati Nashini Lyrics In Odia
°•. First Line .•°
ଦୁର୍ଗେ ଦୁର୍ଗତି ନାଶିନୀ…ନାଶିନୀ
ମାଁ ମହିଷା ମର୍ଦିନୀ…ମର୍ଦିନୀ
ତିନି ପୁର କମ୍ପି ଉଠେ
ଜୟ ଜୟ ମାଁ ଜଗତ ଜନନୀ
ଦୁର୍ଗେ ଦୁର୍ଗତି ନାଶିନୀ…ନାଶିନୀ
ମାଁ ମହିଷା ମର୍ଦିନୀ…ମର୍ଦିନୀ
ତିନି ପୁର କମ୍ପି ଉଠେ
ଜୟ ଜୟ ମାଁ ଜଗତ ଜନନୀ
ଜଗତ ଉଦ୍ଧାର ପାଇଁ
ମାଁ ସ୍ୱର୍ଗରୁ ଆସ ଅହ୍ଲେଇ
ଜଗତ ଉଦ୍ଧାର ପାଇଁ
ମାଁ ସ୍ୱର୍ଗରୁ ଆସ ଅହ୍ଲେଇ
ପାପ ପାରୁନି ସହି ମେଦିନୀ
ଆସ ଆସ ମାଁ ସିଂହ ବାହିନୀ
ଦୁର୍ଗେ ଦୁର୍ଗତି ନାଶିନୀ…ନାଶିନୀ
ମାଁ ମହିଷା ମର୍ଦିନୀ…ମର୍ଦିନୀ
ତିନି ପୁର କମ୍ପି ଉଠେ
ଜୟ ଜୟ ମାଁ ଜଗତ ଜନନୀ
…
ଅୟି ଗିରିନନ୍ଦିନି ନନ୍ଦିତମେଦିନି ବିଶ୍ୱ ବିନୋଦିନି ନନ୍ଦନୁତେ
ଗିରିବର ବିନ୍ଧ୍ୟ ଶିରୋଧି ନିବାସିନି ବିଷ୍ଣୁ ବିଳାସିନି ଜିଷ୍ଣୁନୁତେ
°•. Second Line .•°
ତୁମେ ହିଁ ସତ୍ୟ ତୁମେ ହିଁ ଶାନ୍ତି ତୁମେ ହିଁ ଚିରନ୍ତର
ତୁମ ବିନା କେ ପାରିବ ରଖି ମାଁ ଏ ସଂସାର
ତୁମେ ହିଁ ଦୁର୍ଗେ ତୁମେ ହିଁ ଧାର୍ତ୍ରି ପାପକୁ କର ସଂହାର
ପାପିକୁ ମାରି ହସାଅ ମାଁ ଗୋ ଏଇ ସାରା ସଂସାର
ବିପଦରୁ ହୁଅ ସାହା ଜୟ ଜୟ ଅମ୍ବେ ମାଁ
ବିପଦରୁ ହୁଅ ସାହା ଜୟ ଜୟ ଅମ୍ବେ ମାଁ
ପାପ ପାରୁନି ସହି ମେଦିନୀ
ଆସ ଆସ ମାଁ ସିଂହ ବାହିନୀ
ଦୁର୍ଗେ ଦୁର୍ଗତି ନାଶିନୀ
ମାଁ ମହିଷା ମର୍ଦିନୀ
ତିନି ପୁର କମ୍ପି ଉଠେ
ଜୟ ଜୟ ମାଁ ଜଗତ ଜନନୀ
…
ଭଗବତି ହେ ଶିତିକଣ୍ଠ କୁଟୁମ୍ବିନି ଭୁରିକୁଟମ୍ବିନି ଭୁରିକୃତେ
ଜୟ ଜୟ ହେ ମହିଷାସୁର ମର୍ଦିନି ରମ୍ୟକପର୍ଦିନି ଶୈଲସୁତେ
°•. Third Line .•°
ତୁମେ ହିଁ କାଳି ତୁମେ ହିଁ ଚଣ୍ଡି ମାଁ ତୁମେ ଶକ୍ତିରୁପା
ଆକୁଳେ ହୋଇ ଡାକୁଚି ମୁହିଁ ଶୁଣ ନାହିଁ କାହିଁ କିମ୍ପା
ତୁମେ ହିଁ ଗୌରୀ ତୁମେ ହିଁ ସୌରି ମାଁ ତୁମେ ବିଶ୍ୱରୁପା
ବିପଦେ ଆଜି ତୁମ ଭକତ କର ବାରେ ମାଁ କୃପା
ଭକତକୁ ହୁଅ ସାହା ଜୟ ଜୟ ଦୁର୍ଗା ମାଁ
ଭକତକୁ ହୁଅ ସାହା ଜୟ ଜୟ ଦୁର୍ଗା ମାଁ
ଦୁର୍ଗେ ଦୁର୍ଗତି ନାଶିନୀ…ନାଶିନୀ
ମାଁ ମହିଷା ମର୍ଦିନୀ…ମର୍ଦିନୀ
ତିନି ପୁର କମ୍ପି ଉଠେ
ଜୟ ଜୟ ମାଁ ଜଗତ ଜନନୀ
ଦୁର୍ଗେ ଦୁର୍ଗତି ନାଶିନୀ…ନାଶିନୀ
ମାଁ ମହିଷା ମର୍ଦିନୀ…ମର୍ଦିନୀ
ତିନି ପୁର କମ୍ପି ଉଠେ
ଜୟ ଜୟ ମାଁ ଜଗତ ଜନନୀ
ଜଗତ ଉଦ୍ଧାର ପାଇଁ
ମାଁ ସ୍ୱର୍ଗରୁ ଆସ ଅହ୍ଲେଇ
ଜଗତ ଉଦ୍ଧାର ପାଇଁ
ମାଁ ସ୍ୱର୍ଗରୁ ଆସ ଅହ୍ଲେଇ
ପାପ ପାରୁନି ସହି ମେଦିନୀ
ଆସ ଆସ ମାଁ ସିଂହ ବାହିନୀ
ହେ ମାଁ…ହେ ମାଁ…ହେ ମାଁ…ତ୍ରାହି ମାଁ
ହେ ମାଁ…ହେ ମାଁ…ହେ ମାଁ…ତ୍ରାହି ମାଁ
ତ୍ରାହି ମାଁ…ତ୍ରାହି ମାଁ…ତ୍ରାହି ମାଁ…ତ୍ରାହି ମାଁ…
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏