Generic selectors
Exact matches only
Search in title
Search in content
Post Type Selectors

Chhakhanda Katha Palinki Chadhi

Song » Chhakhanda Katha Palinki Chadhi •
Singer » Kumar Bapi •
Music » Shantiraj Khosla •
Lyrics » Arun Mantri •

Chhakhanda Katha Palinki Chadhi Lyrics In Odia

°•. First Line .•°

ଛଖଣ୍ଡ କାଠ ପାଲିଙ୍କି ଚଢି
ମୁଁ ଯେବେ ଏଇ ଦୁନିଆ ଛାଡି
ଛଖଣ୍ଡ କାଠ ପାଲିଙ୍କି ଚଢି
ମୁଁ ଯେବେ ଏଇ ଦୁନିଆ ଛାଡି
ଯିବି ବିଦାୟ ନେଇ
ତୋତେ ସାଙ୍ଗରେ ନେଇଯିବି ଲୋ
ଏକା ଫେରିବି ନାହିଁ
ତୋତେ ସାଙ୍ଗରେ ନେଇଯିବି ଲୋ
ଏକା ଫେରିବି ନାହିଁ
ମୁଁ ଏକା ଫେରିବି ନାହିଁ
ମୁଁ ଏକା ଫେରିବି ନାହିଁ
ତୋତେ ଯିବି ଲୋ ନେଇ
ହଁ ତୋତେ ଯିବି ଲୋ ନେଇ

°•. Second Line .•°

ତୋ ଘର ଆଗେ କରି ରଶୋଣି
ଯିବା ଲୋ ଆମେ ଦୁହେଁ ମଶାଣି
ମୋ ଦେହେ ଥିବ ଧଳା ଚାଦର
ତୋ ଦେହେ ଥିବ ଧଳା ଓଢଣୀ
ଜୁଇରେ ଆମେ ବେଦି ସଜାଡି
ଖେଳିବା ଦୁହେଁ ଖଇ କୋଉଡି
ପଡିବ ଆମ ହାତରେ ଗଣ୍ଠି
ରଖିଚି ପ୍ରିୟା ପାଳ ଦଉଡି
ସଜେଇ ତୋତେ କନିଆଁ ମୋର
ସାଜିବି ପ୍ରିୟା ବର ମୁଁ ତୋର
ସିନ୍ଥିରେ ସିନ୍ଦୁର ଦେଇ
ତୋତେ ସାଙ୍ଗରେ ନେଇଯିବି ଲୋ
ଏକା ଫେରିବି ନାହିଁ
ତୋତେ ସାଙ୍ଗରେ ନେଇଯିବି ଲୋ
ଏକା ଫେରିବି ନାହିଁ
ମୁଁ ଏକା ଫେରିବି ନାହିଁ
ମୁଁ ଏକା ଫେରିବି ନାହିଁ
ତୋତେ ଯିବି ଲୋ ନେଇ
ହଁ ତୋତେ ଯିବି ଲୋ ନେଇ

°•. Third Line .•°

ଜୁଇ କାଠରେ ଲାଗିଲେ ନିଆଁ
ହୋମ ନିଆଁ ସେ ହବ ଲୋ ପ୍ରିୟା
ଏମିତି ହବ ଆମ ମିଳନ
ମନେ ରଖିବ ଏଇ ଦୁନିଆଁ
ପାଉଁଶ ସେଜ ପାରି ସେଇଠି
କରିବା ଆମେ ଦୁହେଁ ଚଉଠି
ପାଉଁଶ ଧୂଆଁ ଥିବ ଲୋ ସାଖି
ସବୁ ଜନ୍ମକୁ ହବା ଏକାଠି
କଥା ତ ଥିଲା ଏକାଠି ହୋଇ
ବଞ୍ଚିବା ପାଇଁ ମରିବା ପାଇଁ
ସେ କଥା ଭୁଲିବି ନାହିଁ
ତୋତେ ସାଙ୍ଗରେ ନେଇଯିବି ଲୋ
ଏକା ଫେରିବି ନାହିଁ
ତୋତେ ସାଙ୍ଗରେ ନେଇଯିବି ଲୋ
ଏକା ଫେରିବି ନାହିଁ
ଛଖଣ୍ଡ କାଠ ପାଲିଙ୍କି ଚଢି
ମୁଁ ଯେବେ ଏଇ ଦୁନିଆ ଛାଡି
ଛଖଣ୍ଡ କାଠ ପାଲିଙ୍କି ଚଢି
ମୁଁ ଯେବେ ଏଇ ଦୁନିଆ ଛାଡି
ଯିବି ବିଦାୟ ନେଇ
ତୋତେ ସାଙ୍ଗରେ ନେଇଯିବି ଲୋ
ଏକା ଫେରିବି ନାହିଁ
ତୋତେ ସାଙ୍ଗରେ ନେଇଯିବି ଲୋ
ଏକା ଫେରିବି ନାହିଁ
ମୁଁ ଏକା ଫେରିବି ନାହିଁ
ମୁଁ ଏକା ଫେରିବି ନାହିଁ
ତୋତେ ଯିବି ଲୋ ନେଇ
ହଁ ତୋତେ ଯିବି ଲୋ ନେଇ

Read »  Jete Jauchi Mo Bayasa Gadi

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment