Generic selectors
Exact matches only
Search in title
Search in content
Post Type Selectors

Banchibaku chahen to sathire

Song » Banchibaku Chahen To Sathire •
Singer » Kumar Bapi•
Music » Santosh Kumar •
Lyrics » Priti Ranjan Nayak •

Banchibaku Chahen  To Sathire Lyrics In Odia

°•. First Line .•°

ତୋ ପ୍ରେମ ଗାଁ ରେ ପ୍ରେମିକ ହେଇ
ରହିବାକୁ ଚାହେଁ ମୁଁ
ରହିବାକୁ ଚାହେଁ ମୁଁ
ତୋ ମନରେ ଟିକେ ଜାଗା ଟେ ମୋତେ
ଦେ ଥରେ ଖାଲି ତୁ
ଦେ ଥରେ ଖାଲି ତୁ
ବଞ୍ଚିବାକୁ ଚାହେଁ ମୁଁ ତୋ ସାଥିରେ
ମରିବାକୁ ଚାହେଁ ମୁଁ ତୋ ହାତରେ
ନବୁଝିବୁ ଯଦି ତୁ
ଏତେ ଭଲ ପାଇବି ଲୋ ମୁଁ
କେମିତି ଲୋ ଭୁଲି ଯିବୁ ତୁ
ଏତେ ଭଲ ପାଇବି ଲୋ ମୁଁ
କେମିତି ଲୋ ଭୁଲି ଯିବୁ ତୁ

°•. Second Line .•°

ସାଙ୍ଗ ମେଳରେ ଯାଉ ତୁ ଯେବେ
ଦେଉ ଟିକେ ଦେଖି ହସି
ସେଇ ହସରେ ଏଇ ମୋ ପ୍ରେମ
ରହିଛି ବୋଧେ ଲୁଚି
ଆଖି ବୁଜିଲେ ତୋ ମୁଁହ ଦିଶେ
ସପନରେ ପୁଣି ବେଶି
ସତ କହୁଛି ତୋତେ ଛାଡି ମୁଁ
ପାରିବିନି ଜମା ବଞ୍ଚି
ହଜିବାକୁ ଚାହେଁ ମୁଁ ତୋ ଭିତରେ
ଭିଜିବାକୁ ଚାହେଁ ମୁଁ ତୋ ପ୍ରେମରେ
ଭିଜେଇ ଥରେ ତୁ
ଏତେ ଭଲ ପାଇବି ଲୋ ମୁଁ
କେମିତି ଲୋ ଭୁଲି ଯିବୁ ତୁ
ଏତେ ଭଲ ପାଇବି ଲୋ ମୁଁ
କେମିତି ଲୋ ଭୁଲି ଯିବୁ ତୁ

° •. Third Line .•°

ମନ ଆକାଶେ ଲାଗୁ ଯେମିତି
ତୁ ପୁନେଇଁ ଜହ୍ନ
ତୁ ଥିଲେ ମୋ ପାଖରେ ଲାଗେ
ସବୁ ଋତୁ ଫଗୁଣ
କଉଦିନ ତୁ ବୁଝିବୁ କହ
ଏଇ ମୋ ଅବୁଝା ମନ
ଭଲ ତୋତେ ମୁଁ ପାଇଲା ପରେ
ଗଣୁଛି ଖାଲି ଦିନ
ଆଜି ନହେଲେ କାଲି ପାଇବୁ ଭଲ
ଭରସା ଅଛି ମୋର ଉପରେ ତୋର
ବୁଝିବୁ ଲୋ ଦିନେ ତୁ
ଏତେ ଭଲ ପାଇବି ଲୋ ମୁଁ
ହାତ ମୋର ଧରି ନବୁ ତୁ
ଏତେ ଭଲ ପାଇବି ଲୋ ମୁଁ
କେମିତି ଲୋ ଭୁଲି ଯିବୁ ତୁ

°•. End .•°

Posted By – OdiaLyrics.Com™

Read »  Masanira Jui Pari Jalidelu Mate

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment