Generic selectors
Exact matches only
Search in title
Search in content
Post Type Selectors

Mun Kuanra Rahigali

Song » Mun Kuanra Rahigali •
Singer » Papu Pom Pom •
Music » Papu Pom Pom •
Lyrics » Dipak Jena •

Mun Kuanra Rahigali Lyrics In Odia

°•. First Line .•°

ନଇ ନଇ ଆସିଲାଣି ଏ ଆଖିର ପତା
କମି କମି ଆସିଲାଣି ଏ ଓଠରୁ କଥା
କିଏ ଜାଣେ ଦୋଷ ସବୁ କାହାର ବା ଥିଲା
କିଏ ଜାଣେ ଦୋଷ ସବୁ କାହାର ବା ଥିଲା
ମୁଁ ଖରାପ୍ ହେଇଗଲି ନା ସମୟ ବଦଳି ଗଲା

ତୁ ଯେମିତି ଭାଙ୍ଗିଦେଲୁ ମୋ ହୃଦୟକୁ
ତୁ ସେମିତି ଭାଙ୍ଗି ଯା
ତୁ ଯେମିତି ଜାଳିଦେଲୁ ମୋ ଜୀବନକୁ
ତୁ ସେମିତି ଜଳି ଯା
ନିଜ ଯେବେ ପର ହୁଏ କେମିତିକା ଦୁଃଖ ଦିଏ
ନିଜ ଯେବେ ପର ହୁଏ କେମିତିକା ଦୁଃଖ ଦିଏ
ତୁ ବୁଝିଯା ଲୋ…
ମୁଁ କୁଆଁରା ରହିଗଲି ତୁ ବିଧବା ହେଇଯା
ମୁଁ କୁଆଁରା ରହିଗଲି ତୁ ବିଧବା ହେଇଯା

°•. Second Line .•°

ଝିଅ ନୁହେଁ ଡାହାଣୀ ତୁ କାଳି କୁହୁକିନୀ
ମୋର ହେଲୁନି ଯଦି କାହାର ହବୁନି
ସ୍ୱାର୍ଥ ପାଇଁ କହୁଥିଲୁ ମୋତେ ଭଲ ପାଉ
ଚଉଠି ରାତିରେ ତୋର ସ୍ୱାମୀ ମରିଯାଉ
ତୁ ଯେମିତି କଣ୍ଟା ହେଲୁ ମୋ ଚଲା ବାଟରେ
ତୁ ସେମିତି ଝୁଣ୍ଟୁଥା
ତୁ ଯେମିତି ପେଲିଦେଲୁ ମୋତେ ଅନ୍ଧାରକୁ
ତୁ ଅନ୍ଧାରେ ବୁଲୁଥା
ଲୁହ ଯେବେ ଲହୁ ହୁଏ କେମିତିକା ଜାଳୁ ଥାଏ
ଲୁହ ଯେବେ ଲହୁ ହୁଏ କେମିତିକା ଜାଳୁ ଥାଏ
ତୁ ବୁଝିଯା ଲୋ…
ମୁଁ କୁଆଁରା ରହିଗଲି ତୁ ବିଧବା ହେଇଯା
ମୁଁ କୁଆଁରା ରହିଗଲି ତୁ ବିଧବା ହେଇଯା

°•. Third Line .•°

ଅଭିଶାପ ଦଉଚି ମୁଁ ତୋତେ ହସି ହସି
ତୋ ବେକ ମଙ୍ଗଳ ସୂତା ହଉ ତୋର ଫାଶି
ମୋତେ ଛାଡି ଆଦରିଲୁ ଆଉ କା ସିନ୍ଦୁର
ଧଳା ଶାଢି ଖାଲି ହାତ ସାଥି ହଉ ତୋର
ତୁ ଯେମିତି ମୋ ପ୍ରେମକୁ ପାପ ନାଆଁ ଦେଲୁ
ତୁ ପାପିନୀ ହେଇଯା
ତୁ ଯେମିତି ମୋ ଆଖିକୁ ଲୁହ ନଈ କଲୁ
ତୁ ସେମିତି କାନ୍ଦୁଥା
ପ୍ରେମିକ କୁ ଧୋକା ଦେଲେ ପ୍ରେମିକା କେମିତି ଜଳେ
ପ୍ରେମିକ କୁ ଧୋକା ଦେଲେ ପ୍ରେମିକା କେମିତି ଜଳେ
ତୁ ଜାଣିଯା ଲୋ…
ମୁଁ କୁଆଁରା ରହିଗଲି ତୁ ବିଧବା ହେଇଯା
ମୁଁ କୁଆଁରା ରହିଗଲି ତୁ ବିଧବା ହେଇଯା
ମୁଁ କୁଆଁରା ରହିଗଲି ତୁ ବିଧବା ହେଇଯା

Read »  Loda Nahin To Bhali Premika

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment