Song » To Dori Lagaare •
Singer »Mousumi Das •
Music » Shanti Swaroop Pattnaik •
Lyrics » Jitendra Jena •
To Dori Lagaare Lyrics In Odia
°•. First Line .•°
ସ୍ନାନ ପୂର୍ଣ୍ଣିମା ରେ ସ୍ନାନ କଲାପରେ
ଜ୍ୱର ହେଇଗଲା ତୋତେ ଜଗା
ସ୍ନାନ ପୂର୍ଣ୍ଣିମା ରେ ସ୍ନାନ କଲାପରେ
ଜ୍ୱର ହେଇଗଲା ତୋତେ ଜଗା
ରହିଲୁ ତୁ ଯାଇ ଅଣସର ଘରେ
ପରିବର୍ତ୍ତନ ତୁ କଲୁ ଜାଗା
ରଥରେ ବସିବୁ ଦରଶନ ଦେବୁ
ରଥରେ ବସିବୁ ଦରଶନ ଦେବୁ
ଶ୍ରୀ ଗୁଣ୍ଡିଚା ଦିନ ତୁ ସାରା ଜଗତକୁ
ଜଗାରେ …
ତୋ ଡରି ଲଗାରେ ଯିବି ରଥ ଟାଣିବାକୁ
ତୋ ଡରି ଲଗାରେ ଯିବି ରଥ ଟାଣିବାକୁ
°•. Second Line .•°
ତୁ ବଡ ଦେଉଳିଆ ବନ୍ଧୁ
ତୋ ଚରଣ ତଳେ ସାତ ସିନ୍ଧୁ
ତୁ ବଡ ଦେଉଳିଆ ବନ୍ଧୁ
ତୋ ଚରଣ ତଳେ ସାତ ସିନ୍ଧୁ
ମୋ ଉପରେ କାଇଁ କରୁଣା ନାଇଁ
ଜଞ୍ଜାଳ ଜାଲରେ ମୋତେ ଛନ୍ଦୁ
ତୋ ସାଥିରେ ଭାବ ଯୋଡିଲେ କି ଲାଭ
ତୋ ସାଥିରେ ଭାବ ଯୋଡିଲେ କି ଲାଭ
ବେଳ ନାହିଁ ଯଦି ମୋ ଡାକ ଶୁଣିବାକୁ
ଜଗାରେ…
ତୋ ଡରି ଲଗାରେ ଯିବି ରଥ ଟାଣିବାକୁ
ତୋ ଡରି ଲଗାରେ ଯିବି ରଥ ଟାଣିବାକୁ
°•. Third Line .•°
କହ କାଇଁ ହେଲୁ ଅଧା ଗଢା
ତୋ ଶରୀର ପାଇଁ ଦାରୁ ଲୋଡା
କହ କାଇଁ ହେଲୁ ଅଧା ଗଢା
ତୋ ଶରୀର ପାଇଁ ଦାରୁ ଲୋଡା
ତୁ ଦାରୁବ୍ରହ୍ମ ମୁଁ ଅଧମ
ତୋ ବିନା ଜୀବନ ଅସଜଡା
ତୋ ରଥଯାତରା ଦେଖିବାକୁ ଇଚ୍ଛା
ତୋ ରଥଯାତରା ଦେଖିବାକୁ ଇଚ୍ଛା
ଦୂରେ ରହି ଦେଖିବି ନା ନେବୁ ତୋ ପାଖକୁ
ଜଗାରେ…
ତୋ ଡରି ଲଗାରେ ଯିବି ରଥ ଟାଣିବାକୁ
ତୋ ଡରି ଲଗାରେ ଯିବି ରଥ ଟାଣିବାକୁ
ତୋ ଡରି ଲଗାରେ ଯିବି ରଥ ଟାଣିବାକୁ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏