Generic selectors
Exact matches only
Search in title
Search in content
Post Type Selectors

Kalia Heijiba Kale Tikie Gora

Song » Kalia Heijiba Kale Tikie Gora •
Singer » Namita Agrawal •
Music » Prem Anand •
Lyrics » Arun Mantri •

Kalia Heijiba Kale Tikie Gora Lyrics In Odia

°•. First Line .•°

କାଳିଆ…
କାଳିଆ ହେଇଯିବ କାଳେ ଟିକିଏ ଗୋରା
ତା ପାଇଁ ନିତି ନିତି ହୁଏ ଚନ୍ଦନ ଘରା
ଦେହ ତା ମହକିବ ବୋଲି ରାତି ଟା ସାରା
ତା ପାଇଁ ନିତି ନିତି ହୁଏ ତୁଳସୀ ତୋଳା
କାହା ପାଇଁ ଏତେ ସଜ ସିଏ ହଉଚି ପରା
ରାଧା ନା ମୀରା ସେ ରାଧା ନା ମୀରା
ରାଧା ନା ମୀରା ସେ ରାଧା ନା ମୀରା
କାଳିଆ…

°•. Second Line .•°

ଲାଗିଯିବ କାଳେ କାହାର ନଜର
ଅତି ସରଧାରେ ଦେହସାରା ତାର
ମାଁ ବୋଳିଥିଲା କଳା
ଷୋହଳ କଳାର ସେଇ କଳା ରଙ୍ଗ
ସାତ ଆକାଶର ସତେ କଳା ମେଘ
ନୀଳାଚଳେ କରେ ଲୀଳା
କାଳିଆ ହେଇଯିବ କାଳେ ଟିକିଏ ଗୋରା
ନିତି ସେ ସୁନା କୂଅ ଜଳେ ଗାଧାଏ ପରା
କାଳିଆ ହେଇଯିବ କାଳେ ଟିକିଏ ଗୋରା
ନିତି ସେ ସୁନା କୂଅ ଜଳେ ଗାଧାଏ ପରା
କାହା ପାଇଁ ଏତେ ସଜ ସିଏ ହଉଚି ପରା
ରାଧା ନା ମୀରା ସେ ରାଧା ନା ମୀରା
ରାଧା ନା ମୀରା ସେ ରାଧା ନା ମୀରା
କାଳିଆ…

°•. Third Line .•°

ମୀରା ସିନା ଗୋରୀ ଗୋରୀ ରାଧା ରାଣୀ
ଗୋରୀ ବୋଲି ବୋଧେ ଲକ୍ଷ୍ମୀ ସାଆନ୍ତାଣୀ
କାଳିଆ କୁ ଲାଗେ ଲାଜ
ତା ନାଆଁ ଆଗରେ ଲଗେଇକି ସୁନା
ସୁନା କାଳିଆ ସେ ବୋଲାଉଚି ସିନା
ସୁନାରେ ହଉଚି ସଜ
କାଳିଆ ହେଇଯିବ କାଳେ ଆହୁରି କଳା
ଗମ୍ଭିରା ଭିତରେ ଥାଏ ସେ ଦେଖେନି ଖରା
କାଳିଆ ହେଇଯିବ କାଳେ ଆହୁରି କଳା
ଗମ୍ଭିରା ଭିତରେ ଥାଏ ସେ ଦେଖେନି ଖରା
କାହା ପାଇଁ ଏତେ ସଜ ସିଏ ହଉଚି ପରା
ରାଧା ନା ମୀରା ସେ ରାଧା ନା ମୀରା
ରାଧା ନା ମୀରା ସେ ରାଧା ନା ମୀରା
କାଳିଆ…

°•. End .•°

Posted By – OdiaLyrics.Com™

Read »  Aaji Jaen Dekhini Jaga To Parika

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment