Song » Kemiti Bhulibi Se Abhula Dina •
Singer » Humane Sagar •
Music » Manas Kumar •
Lyrics » Sunil Maharana •
Kemiti Bhulibi Se Abhula Dina Lyrics In Odia
°•. First Line .•°
କେମିତି ଭୁଲିବି ସେ ଅଭୁଲା ଦିନ
ତୋ ହୃଦୟରେ ଦିନେ ଥିଲା ମୋ ପାଇଁ ପ୍ରେମ
ଦିନେ ନଦେଖିଲେ ମୋତେ କାନ୍ଦୁଥିଲୁ ତୁ
ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନଁ
କେମିତି ଭୁଲିବି ସେ ଅଭୁଲା ଦିନ
ତୋ ହୃଦୟରେ ଦିନେ ଥିଲା ମୋ ପାଇଁ ପ୍ରେମ
ଦିନେ ନଦେଖିଲେ ମୋତେ କାନ୍ଦୁଥିଲୁ ତୁ
ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନଁ
ମୋ ଭଲ ପାଇବାରେ ଥିଲା କଉଠି ଊଣା
ତୋ ହୃଦୟରେ ଭରିଗଲା ମୋ ପାଇଁ ଘୃଣା
ତୁ ଆଉ କାହା ହାତଧରି ଚାଲିବୁ ବୋଲି
ମୋ ମନକୁ ଭାବିଦେଲୁ ମାଟି ଖେଳନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିରଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନା
°•. Second Line .•°
ଏ ଦୁନିଆକୁ ଭୁଲି ତୋତେ ଭଲ ପାଇଲି
ତୁ ଏମିତି ବଦଳି ଯିବୁ ଭାବି ନଥିଲି
ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି
ତୁ ଅଧାବାଟେ ଏକା କରି ଗଲୁ ଲୋ ଚାଲି
ଏ ଦୁନିଆକୁ ଭୁଲି ତୋତେ ଭଲ ପାଇଲି
ତୁ ଏମିତି ବଦଳି ଯିବୁ ଭାବି ନଥିଲି
ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି
ତୁ ଅଧାବାଟେ ଏକା କରି ଗଲୁ ଲୋ ଚାଲି
ତୁ ଏତେ ବେଇମାନି ପ୍ରିୟା କେମିତି ହେଲୁ
ତୋ ସ୍ୱାର୍ଥ ସରିଗଲା ବୋଲି ଭୁଲି ତୁ ଗଲୁ
ତୁ ନୂଆ ସାଥି ଟିଏ ପାଇ ହସୁଚୁ ସିନା
ମୁଁ ଜଳୁଚି ଲୋ ଏକା ଏକା ଆଜି ତୋ ବିନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିରଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନା
°•. Third Line .•°
ମୋ ମନ ପଞ୍ଜୁରିରେ ଥିଲୁ ତୁ ସୁନା ଶାରୀ
ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି
ମୁଁ ତୋତେ ନେଇ ଦେଖିଥିଲି କେତେ ସପନ
ମୁଁ ଜିଇଁ ଥାଉ ଥାଉ ମୋର ନେଲୁ ଜୀବନ
ମୋ ମନ ପଞ୍ଜୁରିରେ ଥିଲୁ ତୁ ସୁନା ଶାରୀ
ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି
ମୁଁ ତୋତେ ନେଇ ଦେଖିଥିଲି କେତେ ସପନ
ମୁଁ ଜିଇଁ ଥାଉ ଥାଉ ମୋର ନେଲୁ ଜୀବନ
ତୋ ବାହାନାକୁ ପ୍ରେମ ଭାବି ଭରସା କଲି
ତୁ ଏମିତି ମିଛେଇ ବୋଲି ଜାଣି ନଥିଲି
ମୁଁ କେମିତି ବଞ୍ଚିବି ଆଜି କହ ତୋ ବିନା
ତୁ ଦେଲୁ ଏମିତିକା ଦୁଃଖ ସହି ହୁଏନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିରଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନା
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏