Song » Suna Bhai Tu Mora •
Singer » Pragyan Hota •
Music » Shubhransu Nayak •
Lyrics » Sunil Maharana •
Suna Bhai Tu Mora Lyrics In Odia
°•. First Line .•°
କୋଟିଏ ରେ ଗୋଟେ ଭାଇ ପରା ତୁ ମୋର
ରାଗ ତୋର ଲାଗେ ସତେ ସ୍ନେହ ଆଦର
ଭୁଲ୍ କଲେ ମୋର କାନ ଧରି ଦବୁ ତୁ ଗାଳି
ମିଛେ ମିଛେ ରାଗେ ତୋ ସାଥିରେ କରିବି କଳି
ରୁଷିଗଲେ ଦବୁ ମନେଇ ତୁ ମନକୁ ମୋର
ସବୁଠୁ ମିଠା ବନ୍ଧନ ଆମର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତୁ ଥିଲେ ମୋର ଆଉ କାହାକୁ ଡର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତୋ ସ୍ନେହରେ ଅଛି ଖାଲି ମୋ ଅଧିକାର
°•. Second Line .•°
ମୋ ମନରେ କେବେ ଦବୁନି ଦୁଃଖ
ଝରେଇବୁନି ମୋ ଲୁହ
ଟାଣ କଥା କେବେ କହିବୁନି ମୋତେ
ଭାଙ୍ଗିବୁନି ମୋ ହୃଦୟ
ମୋ ସୁନା ଭାଇ ତୁ ମୋ ହସ ଖୁସି
ତୁ ମୋର ପିଲାଦିନ
ମୋ ସୁଖ ଦୁଃଖରେ ଛାଇ ହେଇଥିବୁ
ମୋ ସାଥିରେ ସବୁଦିନ
ଆମ ସ୍ନେହ ପ୍ରେମ ହସ ଲୁହ ଆମ ଖୁସିରେ
ନଲାଗୁରେ କେବେ କାହା ନଜର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତୁ ଥିଲେ ମୋର ଆଉ କାହାକୁ ଡର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତୋ ସ୍ନେହରେ ଅଛି ଖାଲି ମୋ ଅଧିକାର
°•. Third Line .•°
ତୁ ଥିଲେ ମୋ ସାଥେ ହାରିବିନି କେବେ
ଜିତିବି ମୁଁ ସବୁଥିରେ
ତୋ ଗାଳି ମୋ ପାଇଁ ଆଶିର୍ବାଦ ହେଇ
ରହିଥାଉ ମୋ ସାଥିରେ
ଗୋଟିଏ ପକ୍ଷୀର ଆମେ ଦୁଇ ପର
ମାଁ କହୁଥିଲା ପରା
ମୋ ଭାଇ ପରିକା କିଏ ଆଉ ହବ
ଆଣିଦବ ଜହ୍ନଁ ତାରା
ସବୁ ଜନମରେ ଆସିବି ତୋ ଭଉଣୀ ହେଇ
ହାତେ ବାନ୍ଧିଦେବି ସୁନା ରାଖି ମୁଁ ତୋର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତୁ ଥିଲେ ମୋର ଆଉ କାହାକୁ ଡର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତୋ ସ୍ନେହରେ ଅଛି ଖାଲି ମୋ ଅଧିକାର
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏