Generic selectors
Exact matches only
Search in title
Search in content
Post Type Selectors

Mane Jebe Lage Nian

Song » Mane Jebe Lage Nian •
Singer » Antara Chakraborty •
Music » Pintu Das •
Lyrics » P Sarada •

Mane Jebe Lage Nian Lyrics In Odia

°•. First Line .•°

ତୁହା ତୁହା ବରଷା ପରି ଲୁହ ଯାଉଚି ଝରି
ତଥାପି ଲିଭୁନି ନିଆଁ ମନ ଯାଉଚି ଜଳି
ତୁହା ତୁହା ବରଷା ପରି ଲୁହ ଯାଉଚି ଝରି
ତଥାପି ଲିଭୁନି ନିଆଁ ମନ ଯାଉଚି ଜଳି
ବିଶ୍ୱାସ ହଉନି ତୁ ନାହୁଁ ପାଖରେ
କେମିତି ମୋ ଠାରୁ ଅଲଗା ହେଲୁରେ
କାଲି ଥିଲି ନିଜର ତୋ ଆଜି ହେଲି ଅଚିହ୍ନାଁ
ମନେ ଯେବେ ଲାଗେ ନିଆଁ
ଶ୍ରାବଣ ଲିଭେଇ ପାରେନା
ମନେ ଯେବେ ଲାଗେ ନିଆଁ
ଶ୍ରାବଣ ଲିଭେଇ ପାରେନା

°•. Second Line .•°

ରାତି ହେଇଗଲେ ଯେମିତି ନିଜ ଛାଇ ହୁଏ ପର
ଆଜି ସେମିତି ମୋ ପ୍ରେମ ହେଇଗଲା ମୋଠୁ ଦୂର
ସରିଗଲା ଆୟୁଷ ଆଜି ମୋ ପ୍ରେମର
ନିଛାଟିଆ ଅନ୍ଧାରଟା ହେଲା ମୋ ନିଜର
ଆଖିର ଲୁହରେ ଭାସୁଚି ସପନ
କୋହ ର ଚାପରେ ଛାତିଟା ଓଜନ
ଭାବିଲେବି ମିଛ ଲାଗେ ତୁ କଲୁ ଛଳନା
ମନେ ଯେବେ ଲାଗେ ନିଆଁ
ଶ୍ରାବଣ ଲିଭେଇ ପାରେନା
ମନେ ଯେବେ ଲାଗେ ନିଆଁ
ଶ୍ରାବଣ ଲିଭେଇ ପାରେନା

°•. Third Line .•°

ପ୍ରେମ ଜମା ରଖି ସୁଧ ପାଇଲି ଯନ୍ତ୍ରଣା
ଚାହିଁଲେବି କାହା ଆଗେ କିଛି କହି ପାରେନା
ଜଳନ୍ତା ମନର ତାତି କେତେ ଆଉ ସହିବି
ପ୍ରେମ କରିବାର ଶାସ୍ତି କେତେଦିନ ପାଉଥିବି
ବୁଝିତ ଗଲା ମୋର ହୃଦୟ
ପ୍ରେମରେ ଖାଲି ମିଳେ ବିରହ
ଜୀବନରେ ପ୍ରେମ କେହି ଥରେ ହେଲେ କରନା
ମନେ ଯେବେ ଲାଗେ ନିଆଁ
ଶ୍ରାବଣ ଲିଭେଇ ପାରେନା
ମନେ ଯେବେ ଲାଗେ ନିଆଁ
ଶ୍ରାବଣ ଲିଭେଇ ପାରେନା

°•. End .•°

Posted By – OdiaLyrics.Com™

Read »  Tu Kahibuni Kaha Agare

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment